କଟକରେ ଏନକାଉଣ୍ଟର

କଟକ: ପୁଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ଜଣାପଡିଛି। ଜଗତପୁର ଅଞ୍ଚଳରେ ଏହି ଏନକାଉଣ୍ଟର କରିଛି ଜଗତପୁର ପୁଲିସ ଏବଂ ସ୍ପେଶାଲ ସ୍କ୍ୱାଡ୍‍। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଆହତ ହୋଇଥିବା ଜଣାପଡିଛି। ମନୋଜର ଡାହାଣ ଗୋଡରେ ଗୁଳି ଲାଗିଛି। ଆହତ ମନୋଜକୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମନୋଜ ନିକଟରୁ ପୁଲିସ ଗୋଟିଏ ବନ୍ଧୁକ,୨ ରାଉଣ୍ଡ ଗୁଳି ଏବଂ ୪ଟି କ୍ୟାଟ୍ରିକ ଓ ଗୋଟିଏ କାର ମଧ୍ୟ ଜବଦ କରିଥିବା ଜଣାପଡିଛି।

Comments are closed.