ଦ୍ଵୈତନଗରୀରେ ଦଶହରା : କଟକ ସୁନାମେଢ଼ ବନାମ ଭୁବନେଶ୍ବର ତୋରଣ

ଭୁବନେଶ୍ବର : ପୂଜାମଣ୍ଡପରେ ମୃଣ୍ମୟୀ ଦେବୀଙ୍କର ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ଶକ୍ତି ପୀଠଗୁଡିକରେ ନବମୀ ପୁଜା କରାଯାଉଛି। ଦଶହରା ପାଇଁ ଝଲସୁଛି ​ଦ୍ଵୈତନଗରୀ । ନଭଶ୍ଚୁମ୍ଭୀ ତୋରଣ ସାଙ୍ଗକୁ ନାଲିନେଳି ଆଲୋକରେ ଝଲମଲ ହେଲାଣି ​ଟ୍ବିନସିଟି -ଖାସ୍‌ ଦୁର୍ଗାପୂଜାକୁ ନେଇ ହଜାରେ ବର୍ଷର ପୁରୁଣା ସହର କଟକ​ର ଦୁର୍ଗାପୂଜା ପାଇଁ ସ୍ବତନ୍ତ୍ରତା ରହିଛି; କିନ୍ତୁ ଏବେ କିଛିବର୍ଷ ହେଲା ରାଜଧାନୀ ବୋବାଲ କଲାଣି। ଆଉ ଭୁବନେଶ୍ବରିଆ କଟକ ଦୁର୍ଗା ଦେଖିବାକୁ ଯାଉନାହାନ୍ତି । କଟକିଆଙ୍କ ତାରକସୀ କାରୁକାର୍ଯ୍ୟ ଚାନ୍ଦିମେଢ ଓ ମା’ ସୁନା ଅଳଙ୍କାରକୁ ନେଇ ପୁରୁଣା ରାଜଧାନୀ କଟକ ଢେର ଗର୍ବିତ ଥିବାବେଳେ ଭୁବନେଶ୍ବରର ସୁଉଚ୍ଚ ତୋରଣ ପାର୍ବଣର ଅନ୍ୟତମ ଆକର୍ଷଣ ପାଲଟିଛି। ବିଗ୍‌ ବଜେଟ ଲଢେଇ ମଧ୍ୟରେ ପୂଜା ମଣ୍ଡପ ଝଲସୁଛି। କଟକରେ ୧୫୦ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପରେ ମା ଦୁର୍ଗା, ହରପାର୍ବତୀ ଓ ମହାଦେବ ପୂଜା ପାଉଥିବାବେଳେ ଭୁବନେଶ୍ବରରେ ୧୭୪ ପୂଜା ମଣ୍ଡପ​‌ରେ ମା’ ଦୁର୍ଗତିନାଶିନୀ, ହରପାର୍ବତୀ ଓ ହନୁମାନ ବିରାଜମାନ କରିଛନ୍ତି।

କଥାରେ ଅଛି କଟକର ଦଶରା, ଢେଙ୍କାନାଳର ଗଜଲକ୍ଷ୍ମୀ , ଭଦ୍ରକର କାଳୀ, ତାଳଚେରର ଗଣେଶ ପୂଜା। ଆଉ ସେହି ପୁରୁଣା କଥା ନାହିଁ। ଏବେ ସମୟ ବଦଳିବା ସହିତ ପୂଜା ଜାକଜମକ ହେବାରେ ଲାଗିଛି। କଟକରେ ଆଉ ଦୁର୍ଗାପୂଜା ସୀମିତ ରହିନି। ରାଜ୍ୟରେ କୋଣ ଅନୁକୋଣରେ ଏ​​‌ବେ‌ ଦୁର୍ଗାପୂଜା ଦେଖିବାକୁ ମିଳୁଛି । କଟକ ହେଉ କି କନ୍ଧମାଳ, ଭୁବନେଶ୍ବର ଅବା ବାଲେଶ୍ବର ଚାରିଆଡେ ଦୁର୍ଗାପୂଜା ପାଇଁ ଗାଁ ଓ ସହର ଚଳଚଞ୍ଚଳ। ମା’ ଙ୍କ ପୂଜା ସବୁସ୍ଥାନରେ ହେଉଥିଲେ ମଧ୍ୟ କଟକର ଚାନ୍ଦି ମେଢ ଓ ଭୁବନେଶ୍ବରର ତୋରଣ ଅନ୍ୟତମ ଆକ​‌ର୍ଷଣ ପାଲଟିଛି। ପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା , ଭସାଣ ଶୋଭାଯାତ୍ରା, ଆଲୋକ ଓ ତୋରଣକୁ ନେଇ ଚାଲିଛି ପ୍ରତିଯୋଗିତା। ବିଗ୍‌ ବଜେଟ ଲଢେଇରେ ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ବର ପୂଜା ମଣ୍ଡପର ଝଲସୁଛି। ସହରବାସୀଙ୍କ ଦୁର୍ଗାପୂଜା ଏକ ଗଣପର୍ବରେ ପରିଣତ ହୋଇଛି। ଆଗରୁ ପେଟ୍ରୋମାକ୍ସ ଓ ମଶାଲ ଆଲୋକ, ଘଣ୍ଟ ଓ ଢୋଲବାଦ୍ୟରେ ମା ଙ୍କୁ ବିଦାୟ ଦିଆଯାଉଥିବାବେଳେ ଏବେ ଆଧୁନିତକାର ଛାପରେ ରଙ୍ଗୀନ ହୋଇଛି ଭସାଣି। କଟକ ଦଶରା ପାଇଁ ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବାବେଳେ ଏବେ ରାଜ୍ୟର ରାଜଧାନୀ ଭୁବନେଶ୍ବର ଦର୍ଶକଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ପ୍ରତିଯୋଗିତାମୂଳକ ପୂଜାରେ ମଣ୍ଡପଗୁଡ଼ିକ ୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କଟକ ସହିତ ତାଳଦେଇ ସ୍ମାର୍ଟସିଟି ଭୁବନେଶ୍ବରର ୨/୩ ମଣ୍ଡପରେ ଚାନ୍ଦିମେଢ଼ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ମଣ୍ଡପରେ ମାଙ୍କ ପାଇଁ ଚାନ୍ଦି ଏବଂ ସୁନା ଅଳଙ୍କାର ହୋଇଛି; କିନ୍ତୁ ରାଜଧାନୀବାସୀ ଅଧିକ ରୁଚି ରଖିଥାନ୍ତି ଆକର୍ଷଣୀୟ ତୋରଣ, ଆଲୋକଗେଟ ନିର୍ମାଣ କରିବାରେ। ତେବେ ଯାହା ହେଉନା କାହିଁକି କଟକର ତାରକସୀ ଚାନ୍ଦିମେଢ଼ ସହ ଲଢ଼େଇ ହେଉଛି ଭୁବନେଶ୍ବର ତୋରଣର। ତାରକସି କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କଟକ ସହରର ନିଜର କାରୁକାର୍ଯ୍ୟକୁ ମେଢ ମାଧ୍ୟମରେ ପ୍ରତିପାଦିତ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ରତା ସୃ​‌ଷ୍ଟି କରିପାରିଛନ୍ତି। ଏ​​‌ବେ‌ ସହରରେ ଚାନ୍ଦିମେଢ ସଂଖ୍ୟା ୩୦ରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ବାଲୁବଜାର, ଚୌଧୁରୀବଜାର, ଚାନ୍ଦିନ୍‌ଚୌକ୍‌, ଶେଖବଜାର-ଚଣ୍ଡିରୋଡ, ଖାନନଗର, ଚାଉଳିଆଗଞ୍ଜ, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ରାଣୀହାଟ, ମଙ୍ଗଳାବାଗ୍‌, ଦରଘାବଜାର, ମଙ୍ଗଳାବାଗ୍, ହରିପୁର-ଦୋଳମୁଣ୍ଡାଇ , ଶଙ୍କରପୁର-ବାଦାମବାଡ଼ି, ଯାଉଁଳିଆପଟି, ଛତ୍ରବଜାର ଆଦି ପ୍ରମୁଖ ପୂଜା ମଣ୍ଡପରେ ଚାନ୍ଦିମେଢ ଦେଖିବାକୁ ମିିଳିଥାଏ। ଏହାବାଦ୍‌ ଚୌଧୁରୀବଜାର ମେଢରେ ୫ଟି ସୁନା କଲିକା ମଧ୍ୟ ଅନ୍ୟତମ ଆକର୍ଷଣ ରହିଥାଏ। କେବଳ ଚାନ୍ଦି ମେଢ ନୁହେଁ ଏକାଧିକ ପୂଜା ମଣ୍ଡପରେ ସୁନା ଓ ରୁପାରେ ଆଭୂଷିତ ହେଉଛନ୍ତି ମା’ ଦୁର୍ଗା। ଚାନ୍ଦି, ସୁନାର ନିଖୁଣ କାରୁକାର୍ଯ୍ୟ ଦେଶ ଓ ବିଦେଶର ଦର୍ଶକଙ୍କୁ ଆକୃଷ୍ଟ କରିଥାଏ।

କଟକ ଚାନ୍ଦି ମେଢ, ସୁନା ଅଳଙ୍କାର ପାଇଁ ଦଶହରାର ସ୍ବତନ୍ତ୍ରତା ରଖୁଥିବାବେଳେ ଏବେ ଏହି ଦୌଡ଼ରେ ମଧ୍ୟ ଭୁବନେଶ୍ବର ସାମିଲ ହେବା​‌େ​‌ର ଲାଗିଛି। ରାଜଧାନୀ ଭୁବନେଶ୍ବରରେ ସହିଦନଗର ଏବଂ ଷ୍ଟେସନ ବଜାର ମା’ଦୁର୍ଗା ଏବଂ ପାର୍ଶ୍ବଦେବଦେବୀଙ୍କ ପାଇଁ ସ୍ବର୍ଣ୍ଣ ଅଳଙ୍କାର ଓ ମୁକୁଟ କରିଛନ୍ତି ା ସୁଉଚ୍ଚ ତୋରଣ, ଆକର୍ଷଣୀୟ ଆଲୋକ ସଜ୍ଜା ସହିତ ଚାନ୍ଦି ମେଢ ଓ ସୁନା ଅଳଙ୍କାର ମଧ୍ୟ ଏକାଧିକ ପୂଜା ମଣ୍ଡପରେ ଶୋଭା ପାଉଛନ୍ତି। ଷ୍ଟେସନବଜାର, ସହିଦ୍‌ନଗର ଭଳି ପୂଜା ମଣ୍ଡପରେ ଆକର୍ଷଣୀୟ ଚାନ୍ଦି ମେଢ ଶୋଭା ପାଉଛି; କିନ୍ତୁ ଭୁବନେଶ୍ବରର ଅନ୍ୟତମ ଆକର୍ଷଣ ହେଉଛି ତୋରଣ- ଯାହା ଏ​‌େ​‌ବ ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ରସୁଲଗଡ଼, ଝାରପଡ଼ା, ସହିଦ୍‌ନଗର, ନୟାପଲ୍ଲୀ, ବମିଖାଲ, ଷ୍ଟେସନବଜାର, ବରମୁଣ୍ଡା, ୟୁନିଟ୍‌-୧ ପ୍ରମୁଖ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଛି। ଚଳିତ ବର୍ଷ ରସୁଲଗଡ଼ ଫୁଲର ତୋରଣ, ନୟାପଲ୍ଲୀର ପଦ୍ମାବତ ନଅର, ଝାରପଡ଼ାର ଡିଜନଲ୍ୟାଣ୍ଡ ପ୍ୟାଲେସ, ସହିଦନଗର ଲକ୍ଷ୍ନୌ ରାଜପ୍ରାସାଦ, ଷ୍ଟେସନବଜାରର ଅଜନ୍ତା ଗୁମ୍ଫା, ବମିଖାଲର ଜାମ୍ମୁକାଶ୍ମୀର ପ୍ୟାଲେସ, ୟୁନିଟ-୧ର କାଚ ଚୁମ୍‌କିର ପ୍ରାସାଦ ଓ ବରମୁଣ୍ଡାରେ ଅକ୍ଷରଧାମ ମନ୍ଦିର ଶୈଳୀରେ ନିର୍ମିତ ମୁଖଶାଳା ଦେଖଣାହାରୀଙ୍କୁ ବେଶ ଆକର୍ଷିତ କରୁଛି।

ଭସାଣରେ କେହି କମ ନୁହନ୍ତି: କଟକ ଦଶହରା ଭସାଣ ଉତ୍ସବରେ ବିଭିନ୍ନ ମେଢକୁ ସ୍ବାଗତ କରିବା ପରମ୍ପରା, ସାହି ମୁରବୀ ଓ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ବେକରେ ଗାମୁଛା ଓ ଫୁଲମାଳ ପକାଇ ମେଢ ଆଗେ ଆଗେ‌ଗ ଯିବାର ପରମ୍ପରା , ବୟସ୍କ ବ୍ୟକ୍ତିମାନେ ରିକ୍ସାରେ ଦଶହରା ବୁଲିବା ଭଳି ପରମ୍ପରା ଏବେ ବି ଉଜ୍ଜୀବିତ ରହିଛି। ଶାନ୍ତି କମିଟି, ଭାଇଚାରା ପରମ୍ପରାକୁ ଭୁଲନ୍ତି ନାହିଁ କଟକିଆ। କଟକ ଭସାଣ ରାଜ୍ୟର ଅନ୍ୟତମ ଆକର୍ଷଣ ଓ ସ୍ବତନ୍ତ୍ରତା ରହିଛି। ରାଜଧାନୀ ଭୁବନେଶ୍ବର ମଧ୍ୟ ଭସାଣକୁ ନେଇ ପଛରେ ପଡିନାହିଁ। ସହିଦ୍‌ନଗର, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ତିନିଟି ସ୍ଥାନରେ ସମସ୍ତ ମେଢ଼ ଏକାଠି ହୋଇ ଧାଡ଼ିରେ ଭସାଣରେ ବାହାରନ୍ତି। ମେଢ ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଉ ପ୍ରଥା ଦେଖିବାକୁ ମିଳିଥାଏ। ଆକର୍ଷଣୀୟ ଭସାଣି ଶୋଭାଯାତ୍ରା ଭୁବନେଶ୍ବର ଦଶହରାକୁ ପଛରେ ପକାଇନାହିଁ।

Comments are closed.