ରାୟଗଡାରେ କ୍ରିକେଟ ବେଟିଂ, ୪ ଗିରଫ

ରାୟଗଡା: ରାୟଗଡାର ଲକ୍ଷ୍ମୀନାରାୟଣ ଷ୍ଟ୍ରିଟ୍‍ରେ ଜଣେ ବ୍ୟକ୍ତିଙ୍କ ଘରେ କ୍ରିକେଟ ବେଟିଂ ଚାଲିଥିବା ଖବର ପାଇଁ ଟାଉନ ଥାନା ପୁଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଚଢଉରେ ପୁଲିସ ନଗଦ ୧ ଲକ୍ଷ ୩୭ ହଜାର ଟଙ୍କା ,୫ ଟି ମୋବାଇଲ,୩ଟି ଡାଏରୀ ଓ ୩ଟି ବାଇକ ଜବଦ କରିଛି। ଏଥି ସହିତ ପୁଲିସ କ୍ରିକେଟ ବେଟିଂର କିଙ୍ଗପିନ ପି.ଇଶ୍ୱର ରାଓକୁ ଗୁଣପୁରର ସୁଭ୍ରଦାପୁରରୁ ଗିରଫ କରିଥିବା ସୂଚନାମଧ୍ୟ ହସ୍ତଗତ ହୋଇଛି। ପି.ଇଶ୍ୱରଙ୍କ ନିକଟରୁ ପୁଲିସ ୨ ଲକ୍ଷ ୫୦ ହଜାର ଟଙ୍କା ଏବଂ ବେଟିଂ ସମ୍ପର୍କିତ ଡାଏରୀ ଜବଦ କରିଛି। ଏହି ବେଟିଂରେ କଲେଜ ଛାତ୍ର ଓ ବ୍ୟବସାୟୀ ଟଙ୍କା ଲଗାଉଥିବା ସୂଚନା ମିଳିଛି।

Comments are closed.