ବିଜେପି କର୍ମୀଙ୍କଠାରୁ ବାଦି ହାରି ଲଣ୍ଡାହେଲେ କଂଗ୍ରେସ କର୍ମୀ

ଭୋପାଳ .- ନିର୍ବାଚନରେ ଆସନ ସଂଖ୍ୟା ଓ ମୋଦୀ ପୁଣି ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ବାଦି ହାରିବା ପରେ ଜଣେ କଂଗ୍ରେସ କର୍ମୀ ଲଣ୍ଡା ହୋଇଛନ୍ତି । ବିଏଲ୍‌ ସେନ ନାମକ କଂଗ୍ରେସ କର୍ମୀ ଜଣେ ବିଜେପି କର୍ମୀଙ୍କ ସହ ମୋଦୀ ପୁଣି ଶାସନକୁ ଫେରିବେ ନାହିଁ ବୋଲି ବାଜି ଲଗାଇଥିଲେ । ସେ ଆଉଥିରେ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିଲେ ଲଣ୍ଡା ହେବେ ବୋଲି କହିଥିଲେ । ମାତ୍ର ଏଥିରେ ସେ ଏକ ସର୍ତ୍ତ ରଖିଥିଲେ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ପ୍ରତିପକ୍ଷ ବିଜେପି କର୍ମୀଙ୍କୁ ନଣ୍ଡା ହେବା ପାଇଁ କହିଥିଲେ ।

ନିର୍ବାଚନ ଫଳାଫଳ ଆସିବା ପରେ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିଥିଲା । ମୋଦୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହେବାପରେ ବିଏଲ୍‌ ସେନ୍‌ ନିଜର ସର୍ତ୍ତ ରକ୍ଷା କରି ସମସ୍ତ ଚୁଟି କାଟି ଦେଇଛନ୍ତି । ମଧ୍ୟପ୍ରଦେଶର ରାଜଗଡରେ ଏହି ଘଟଣା ଘଟିଛି ।

Comments are closed.