୩୦୦ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଶିଳାନ୍ୟାସ

କଟକ: କଟକ ନରାଜଠାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲ୍‍ର ଶିଳାନ୍ୟାସ କରିଛନ୍ତି। ଏହିଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ, ଆୟୁର୍ବେଦ, ସ୍ଵଚ୍ଛ ଓ ସବୁଜ ପରିବେଶ ଦ୍ଵାରା ଆମେ ଏକ ସୁସ୍ଥ ଜୀବନଶୈଳୀ ଅଭିମୁଖେ ଗତି କରୁଛନ୍ତି। ଏହି ଧାରାକୁ ଆଗକୁ ନେବା ପାଇଁ  ଶ୍ରୀ ଶ୍ରୀ କଲେଜ ଅଫ ଆୟୁର୍ବେଦିକ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲର ଶିଳାନ୍ୟାସ କରି ମୁଁ ବେଶ ଖୁସି । ଏହା ରାଜ୍ୟରେ ଉତ୍ତମ ଚିକିତ୍ସା ସେବା ସହ ହେଲଥ୍ ଟୁରିଜିମର ବିକାଶରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଖୁବ୍‍ଶୀଘ୍ର ଢେଙ୍କାନାଳରେ ନୂଆ ଆୟୁଷ ହସ୍ପିଟାଲ୍‍ ପ୍ରତିଷ୍ଠାନ ସ୍ଥାପନ  ହେବ। ବର୍ତ୍ତମାନ
ରାଜ୍ୟରେ ୫ଟି ଆୟୁର୍ବେଦିକ ହସ୍ପିଟାଲ୍‍ ଓ ୮୦୦ଟି କ୍ଲିନିକ୍‍ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ରବିଶଙ୍କର, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଭର୍ତ୍ତୃହରି ମହତାବ, ପଦ୍ମଶ୍ରୀ ଭାରତ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.