ରାଫେଲ ମାମଲାରେ କେନ୍ଦ୍ରକୁ କ୍ଲିନଚିଟ – ଆଉ ହେବନି ଯାଞ୍ଚ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେବା ସହ ଏହି ପ୍ରସଙ୍ଗର ଆଉ କୌଣସି ଯାଞ୍ଚର ଆବଶ୍ୟକତା ନ ଥିବା କହିଛନ୍ତି। ଫଳରେ ବହୁ ଦିନ ଲାଗି ରହି ଥିବା ବାଦ ବିବାଦର ପରିସମାପ୍ତି ଘଟିଛି। ଅନ୍ୟ ପକ୍ଷରେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ବିଭିନ୍ନ ସମୟରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଯେଭଳି ଭାବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଦୋଷାରୋପ କରାଯାଉଥିଲା, ସେଥିରେ ମଧ୍ୟ ଅନ୍ତଃ ଘଟିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ରାଫେଲ ପ୍ରସଙ୍ଗରେ ଅଲଗା ଯାଞ୍ଚର ଆବଶ୍ୟକତା ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଯୁକ୍ତି ସଂଗତ ବୋଲି କହିବା ସହ କୋର୍ଟ ଏହି ମାମଲାରେ ଆଉ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ଜରୁରୀ ନୁହେଁ ବୋଲି କହିଛନ୍ତି।

ପୂର୍ବରୁ ଏହି ପ୍ରସଙ୍ଗରେ ଅଦାଲତଙ୍କୁ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ କରାଯାଇଥିଲା ଓ କେନ୍ଦ୍ର ସରକାର ବନ୍ଦ ଲଫାପା ଭିତରେ ମିଛ ତଥ୍ୟ ଦେଇଥିବା ଆବେଦନକାରୀମାନେ କହିଥିଲେ। ସରକାର ମଧ୍ୟ ୨୦୧୮ ଡିସେମ୍ବର ୧୫ରେ ଆଉଥରେ ନ୍ୟାୟାଳୟରେ ଆବେଦନ କରିଥିଲେ।

Comments are closed.