ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ସୁଆଣ୍ଡୋ: ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପୁରୀ ଜିଲା କୋଠସାହି ଉତ୍କଳମଣି ସ୍ମୃତି ନୋଡାଲ ବିଦ୍ୟାପୀଠରେ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ସଭାଗୃହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ଦାଶ ଏହି ସଭାର ସଭାପତିତ୍ୱ କରିଥିଲେ । ପଣ୍ଡିତ ଜବାହରଲାଲ ନେହେରୁଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଧୂପ ଦୀପ ପ୍ରଜ୍ବଳନ କରାଯାଇ ସଭାକୁ ଆନୁଷ୍ଠାନିକ ଭାବେ ଅତିଥି ମାନଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା । ନେହେରୁଙ୍କ ସ୍ମୃତିରେ ସାରାଦେଶରେ ଶିଶୁଦିବସ ପାଳନ କରାଯାଉଛି । ଏହି କିର୍ତ୍ତୀମାନ ଶିଶୁପ୍ରିୟ ମନୀଷୀଙ୍କ ପ୍ରତି ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସଭାରେ ଶିକ୍ଷକ ସୁବଳ ମାଣିଆ, ଅମୂଲ୍ୟ କୁମାର କର, ଚନ୍ଦ୍ରମଣି ବରାଳ ପ୍ରମୁଖଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

Comments are closed.