ଛେନା ହାଲୁୱା

ଆବଶ୍ୟକ ସାମଗ୍ରୀ :

କ୍ଷୀର – ଅଧ ଲିଟର

ଲେମ୍ବୁ ରସ – ୧ ଚାମଚ

ଗୁଜୁରାତି – ୨ଟି

ଚିନି – ସ୍ବାଦ ଅନୁସାରେ

କେସର – ସାମାନ୍ୟ

କାଜୁ ଓ କିସମିସ୍ – ଆବଶ୍ୟକ ଅନୁସାରେ

ବାଦାମ – ସଜାଇବା ପାଇଁ

ପ୍ରସ୍ତୁତ ପ୍ରଣାଳୀ :

ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିଲା ବେଳେ ସେଥିରେ ଲେମ୍ବୁ ଚିପୁଡି ଦିଅନ୍ତୁ। କ୍ଷୀରରୁ ଛେନା ହୋଇଗଲା ପରେ ତାକୁ କିଛି ସମୟ ଘାଣ୍ଟନ୍ତୁ। ତାପରେ ସେଥିରେ କେସର ଓ ଗୁଜୁରାତି ପକାନ୍ତୁ। ଛେନାରୁ ପାଣି ଶୁଖିଲା ପର୍ଯ୍ୟନ୍ତ ତାକୁ ଘାଣ୍ଟନ୍ତୁ। ଛେନାରୁ ପାଣି ଶୁଖିଗଲା ପରେ ସେଥିରେ କାଜୁ ଓ କିସମିସ୍ ପକାନ୍ତୁ। ତାପରେ ଗ୍ୟାସ ବନ୍ଦ କରି ଛେନା ହାଲୁୱା କାଢି ଫ୍ରିଜରେ ୨୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ତାକୁ ଫ୍ରିଜରୁ ବାହାର କରନ୍ତୁ। ତା ଉପରେ କେସର, ବାଦାମ, କାଜୁ ଓ କିସମିସ୍‌କୁ ଛେନା ହାଲୁୱା ଉପରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମନ ପସନ୍ଦ ଛେନା ହାଲୁୱା।

Comments are closed.