ଇତିହାସ ରଚିବା ପାଇଁ ଭାରତ ପ୍ରସ୍ତୁତ ; ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ଅଭ୍ୟାସ ଶେଷ

ନୂଆଦିଲ୍ଲୀ : ଆସନ୍ତାକାଲି ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୋମବାର ଅପରାହ୍ଣ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଏନେଇ ଚନ୍ଦ୍ରଯାନ-୨ ଅଭିଯାନର ପ୍ରାକ୍‌ ଉତ୍‌କ୍ଷେପଣ ଅଭ୍ୟାସ ଶେଷ ହୋଇଛି ବୋଲି ଇସ୍ରୋ କହିଛି । ସୂଚନାଯୋଗ୍ୟ, ବୈଷୟିକ ତ୍ରୁଟି ଯୋଗୁଁ ଗତ  ୧୫ ତାରିଖରେ ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୨କୁ ଶେଷ ବୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା।

Comments are closed.