ଚନ୍ଦ୍ର ଗ୍ରହଣ ୨୦୧୯ ; ଭାରତ ସମେତ ଏହି ଦେଶରେ ଦେଖା ଦେବ ଚନ୍ଦ୍ର ଗ୍ରହଣ

ଚଳିତ ବର୍ଷର ​‌ଶେଷ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ଅର୍ଥାତ୍ ଆଜି ରାତିରେ ଦେଖିବାକୁ ମିଳିବ । ଏଥର ଚନ୍ଦ୍ରଗ୍ରହଣ ମୋଟ ୨ ଘଣ୍ଟା ୫୭ ମିନିଟ୍ ପର୍ଯ୍ୟନ୍ତ ରହିବ । ରାତି ୧ଟା ୩୧ ମିନିଟରୁ ଆରମ୍ଭ ହୋଇ ଆସନ୍ତାକାଲି ଅର୍ଥାତ୍ ୧୭ ଜୁଲାଇ ୪ଟା ୩୧ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ୪ଟା ୩୧ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ । ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ ।

ଚଳିତ ବର୍ଷ ଶେଷ ଚନ୍ଦ୍ର ଗ୍ରହଣ ଭାରତ ବ୍ୟତୀତ ଅଷ୍ଟ୍ରେଲିୟା, ଆଫ୍ରିକା, ଏସିଆ, ୟୁରୋପ ଏବଂ ଦକ୍ଷିଣ ଆମେରିକାରେ ଦେଖାଯିବ । ୧୪୯ ବର୍ଷ ପୂର୍ବେ ୧୮୭୦ ଜୁଲାଇ ୧୨ ଗୁରୁପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହୋଇଥିଲା। ଚଳିତବର୍ଷ ମଧ୍ୟ ସେହି ଦୁର୍ଲଭ ଯୋଗ ରହିଛି ।

ଚନ୍ଦ୍ର ଗ୍ରହଣ ଦିନ କ’ଣ କରିବେ ନାହିଁ

ଚନ୍ଦ୍ର ଗ୍ରହଣ ସମୟରେ ମନ୍ତ୍ର ଜପ କରନ୍ତୁ ନାହିଁ ।
ଚନ୍ଦ୍ର ଗ୍ରହଣ ସମୟରେ ରୋଷେଇ କରନ୍ତୁ ନାହିଁ ଏବଂ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।
ଖାଦ୍ୟ-ପାନୀୟରେ ତୁଳସୀ ପତ୍ର ପକାଇ ରଖନ୍ତୁ ।
ଚନ୍ଦ୍ର ଗ୍ରହଣ ସମୟରେ ଘରେ ଥିବା ମନ୍ଦିରର କବାଟ, ଝରକା ଓ ପରଦା ବନ୍ଦ ରଖିବା ଉଚିତ୍ ।
ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଶୁଭ ଏବଂ ନୂଆ କାର୍ଯ୍ୟ କରନ୍ତୁ ନାହିଁ ।
ଚନ୍ଦ୍ର ଗ୍ରହଣ ସମୟରେ ବାୟୁମଣ୍ଡଳରେ ବ୍ୟାକ୍ଟିରିଆ ଏବଂ ସଂକ୍ରମଣର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧିପାଏ ।
ଚନ୍ଦ୍ର ଗ୍ରହଣ ପରେ ସବୁ ଘରେ ଗଙ୍ଗାଜଳ ସିଞ୍ଚନ କରିବା ଉଚିତ୍ ।

Comments are closed.