ଆଜି ମନ୍ତ୍ରିପରିଷଦ ବୈଠକ : ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର : ଶୁକ୍ରବାର ମନ୍ତ୍ରିପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଧ୍ୟାହ୍ନ ୧୨.୦୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ। ଚଳିତ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ ପରିମାଣ ୧୨ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୧୩ ତାରିଖରୁ ବସୁଥିବା ବିଧାନସଭା ଅଧିବେଶନର ପ୍ରଥମ ଦିବସରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ।

Comments are closed.