‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ଶାହରୁଖ

ମୁମ୍ବଇ : ଚଳିତବର୍ଷ କ୍ରିସ୍‌ମାସ ଅବସରରେ ମୁକ୍ତିଲାଭ କରିବାକୁ ଥିବା ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ବଲିଉଡ଼ର କିଙ୍ଗ ଖାନ ଶାହରୁଖ ନଜର ଆସିବେ। ଏହା ପୂର୍ବରୁ ଏହି ଚଳଚ୍ଚିତ୍ର ସହ ବଲିଉଡର ବିଗ ବି ଅମିତାଭ ବଚ୍ଚନ ଓ ନାଗାର୍ଜୁନ ଯୋଡି ହୋଇଥିବାବେଳେ ଏବେ ଶାହରୁଖ ଯୋଡି ହୋଇଥିବା ଜଣାପଡିଛି। ସିନେମାଟି ତିନୋଟି ଭାଗରେ ମୁକ୍ତିଲାଭ କରିବ।  ପ୍ରଥମ ଭାଗ ବୁଲଗେରିଆ, ବଲିଭିଆ ଓ ଅନ୍ୟ ଇଉରୋପୀୟ ରାଷ୍ଟ୍ରରେ ସୁଟିଂ ଶେଷ ହୋଇଛି। କରନ୍ ଜୋହର୍ ପ୍ରଯୋଜିତ ଏଇ ଚଳଚ୍ଚିତ୍ରରେ ଶିବ ଚରିତ୍ରରେ ରଣବୀର ଓ ଈଶା ଭୂମିକାରେ ଆଲିୟା ଦେଖାଦେବେ।

Comments are closed.