ଚିକିତ୍ସାବେଳେ ମୁହଁରେ ବିସ୍ଫୋରଣ ଯୋଗୁଁ ମହିଳାଙ୍କ ମୃତ୍ୟୁ

ଲକ୍ଷ୍ମୌ .- ଚିକିତ୍ସା ଚାଲିଥିବା ବେଳେ ଜଣେ ମହିଳାଙ୍କର ମୁହଁରେ ବିସ୍ଫୋରଣ ଘଟିବାରୁ ତାଙ୍କର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଆଲିଗଡରେ ଥିବା ଜେଏନ୍‌ ମେଡିକାଲ କଲେଜ୍‌ରେ ଏହି ଘଟଣା ଘଟିଛି । ମହିଳା ଜଣଙ୍କର ବିଷପାନ କରି ଗୁରୁତର ହେବାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେ ସଲଫୁରିକ୍‌ ଏସିଡ୍‌ ପିଇ ଦେଇଥିବା ଅଭିଯୋଗ ହୋଇଛି ।

ଡାକ୍ତରମାନେ ବିଷ କାଢିବା ପାଇଁ ତାଙ୍କ ପାଟିରେ ସକସନ୍‌ ପାଇପ୍‌ ଭର୍ତ୍ତି କରିଥିଲେ । ଶ୍ୱାସ କ୍ରିୟାରେ ଅସୁବିଧା ହେଉଥିବାରୁ ନାକରେ ଅକ୍ସିଜେନ୍‌ ଦିଆଯାଇଥିଲା । ମାତ୍ର ସଲଫ୍ୟୁରିକ୍‌ ଏସିଡ୍‌ ସହ ଅମ୍ଳଜାନ(ଅକ୍ସିଜେନ) ସଂସ୍ପର୍ଶରେ ଏହି ବିସ୍ଫୋରଣ ହୋଇଥିଲା । ମେଡିକାଲ କଲେଜ୍‌ର ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି । ତେବେ ଏହାପରେ ଡାକ୍ତରମାନେ ବିସ୍ଫୋରଣର କାରଣ ବିଷୟରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.