ମୁମ୍ବଇ : ପୌର ନିର୍ବାଚନରୁ ଓହରିଲା ବିଜେପି

ମୁମ୍ବଇ : ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରର ଶାସକ ମେଣ୍ଟରୁ ସୋମବାର ଆନୁଷ୍ଠାନିକ ଭାବେ ଓହରି ଯାଇଛି । ବ୍ରିହନ୍‍ ମୁମ୍ବାଇ ମେୟର୍‍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ମୁମ୍ବାଇ ସମେତ ରାଜ୍ୟର ୨୭ଟିଯାକ ପୌର ସଂସ୍ଥା ପାଇଁ ଆସନ୍ତା ୨୨ ତାରିଖରେ ମତଦାନ ହେବ। ବିଜେପିର ମେୟର୍‍ ପ୍ରାର୍ଥୀ ଆଶିଷ୍‍ ସେଲାର୍‍ ଟ୍ୱିଟ୍‍ କରି କହିଛନ୍ତି, ଯେହେତୁ ପୌର
ସଂସ୍ଥାରେ ବିଜେପିର ଯଥେଷ୍ଟ ସଦସ୍ୟ ନାହାନ୍ତି, ସେ ଦୃଷ୍ଟିରୁ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହେଁ ନାହିଁ କିମ୍ବା କୌଣସି ବିରୋଧି ଦଳ ସହ ଅନୈତିକ ମେଣ୍ଟ ଗଠନ କରିବାକୁ ମଧ୍ୟ ପାର୍ଟି ଆଗ୍ରହୀ ନୁହେଁ ।

Comments are closed.