କ୍ରାନ୍ତୀବୀର ବିର୍ସାମୁଣ୍ଡା ଜୟନ୍ତି ପାଳିତ

ବଲାଙ୍ଗୀର: ସ୍ଥାନୀୟ ଶବରୀ ନାରାୟଣ ମନ୍ଦିର ଧର୍ମଶାଳା, ଇନ୍ଦ୍ରାନଗର ଠାରେ କ୍ରାନ୍ତୀବୀର ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଆଦିବାସୀ ଅଧିକାର ମହାସଂଘର ରାହାସ ବିହାରୀଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ସୋମନାଥ ବୁଡେକ (ଅବସରପ୍ରାପ୍ତ ସହକାରୀ ରେଜିଷ୍ଟର ସମବାୟ ସମିତି ସମୁହ), ସମ୍ମାନିତ ଅତିଥି ରୂପେ ବିରାଜ ଦେହେରିଆ, ପ୍ରହଲ୍ଲାଦ ମାଝୀ, ସୀତା ସୁମୁନିଆଁ, ଚନ୍ଦ୍ରକାନ୍ତି ଭୁଏ ଯୋଗଦେଇ ଆଦିବାସୀମାନଙ୍କର ସମସ୍ୟା ଦୂର କରିବାକୁ ହେଲେ ବିର୍ସାମୁଣ୍ଡାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଗ୍ରାମ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ସମାରୋହରେ ତଲିଉଡାର, ବୁରୋମୁଣ୍ଡା, ବକ୍ସିଉଡାର, ଲର୍କିପାଲି, ଉତ୍ତରବାହାଲ, ଫଟକରା ଇତ୍ୟାଦି ଗ୍ରାମାଞ୍ଚଳର ଶତାଧିକ ମହିଳା ପୁରୁଷ ଅଂଶଗ୍ରହଣ କରିଥିଲେ। ଯଥା ବିଶ୍ୱାଲ ସଭା ପରିଚାଳନା କରିଥିଲେ। ଆଦିବାସୀ ଅଧିକାର ମହାସଂଘର କାର୍ୟ୍ୟକାରିତା ଉପରେ ଆଲୋଚନା କରାଯାଇ ସଭାପତି ଦ୍ୱିଜ ଦଲପତିଙ୍କ କାର୍ୟ୍ୟକଳାପ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶେଷରେ ସୁଦର୍ଶନ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.