ପୁଣି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର , ୪୧.୭ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ୱର ବୁଧବାରରେ ପୁଣି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ପ୍ରବଳ ଖରା ସହ ଗରମ ହାଓ୍ୱା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ମଧ୍ୟାହ୍ନ ପରେ ଘରୁ ବାହାରକୁ ବାହାରିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇଯାଇଛି  ।    ଭୁବନେଶ୍ୱରରେ ବୁଧବାରରେ ୪୧.୭ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ଅନୁଗୁଳରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ କରାଯାଇଛି ।, କଟକରେ ୩୯.୪ ଡିଗ୍ରୀ, ମାଲକାନଗିରିରେ୪୦.୫ ଡିଗ୍ରୀ ସମ୍ବଲପୁରରେ ୩୯.୨ ଡିଗ୍ରୀ, ସୁନ୍ଦରଗଡରେ ୪୦ ଡିଗ୍ରୀ, ଭବାନୀପାଟଣାରେ ୪୦ ଡିଗ୍ରୀ, ସୋନପୁରରେ ୪୦ ଡିଗ୍ରୀ ବଲାଙ୍ଗୀରରେ ୩୯ ଡିଗ୍ରୀ ଝାରସୁଗୁଡାରେ ୩୮.୬ ଡିଗ୍ରୀ, ହୀରାକୁଦରେ ୩୮.୨ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ୧୮ ତାରିଖରୁ  ସ୍କୁଲମାନଙ୍କରେ ଖରା ଛୁଟି  ଘୋଷଣା କରାଯାଇଛି ।

Comments are closed.