ଭାଦ୍ରବ ମାସର ବିଶେଷତ୍ୱ ଓ ଗ୍ରହର କୁପ୍ରଭାବ ଦୂର କରିବାର ଉପାୟ

ଭାଦ୍ରବ ମାସର ଆରମ୍ଭ ହୋଇଛି। ଏହି ମାସରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ। ଏପରି କରିବା ଦ୍ୱାରା ମନ ଓ ଶରୀରକୁ ସୁସ୍ଥ ରହିଥାଏ। ଭାଦ୍ରବ ର ଅର୍ଥ କଲ୍ୟାଣ ପ୍ରଦାନ କରିବା। ଏହି ମାସରେ ବ୍ରତ, ଉପବାସ, ପୂଜାର୍ଚ୍ଚନା କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବିଶେଷ ମାନ୍ୟତା ରହିଛି। ଏହି ମାସରେ ଗଣେଶ ପୂଜା, ଜନ୍ମାଷ୍ଟମୀ ପାଳିତ ହୋଇଥାଏ।
ଏହି ମାସର ନିୟମ ଓ କେଉଁ ଦିଗ ପ୍ରତି ସାବଧାନ ରହିବା ଉଚିତ-
ଏହି ମାସରେ କଞ୍ଚା ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ।
ଦହି ଖାଇବା ଉଚିତ ନୁହେଁ।
ରକ୍ତଚାପ ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଉଚିତ ନୁହେଁ।
୨ ଥର ସ୍ନାନ କରିବା ଉଚିତ।
ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅର୍ପଣ କରିବା ସହ ଜଳରେ କିମ୍ବା କ୍ଷୀରରେ ତୁଳସୀ ପକାଇ ପିଇବା ଉଚିତ।
ଗ୍ରହର କୁପ୍ରଭାବ ଦୂରୀକରଣ ପାଇଁ –
ଜାତକ ଅନୁଯାୟୀ ଯେଉଁ ଗ୍ରହର ସ୍ଥିତି ଖରାପ ଥାଏ, ସେହି ଗ୍ରହ ସହ ସମ୍ବନ୍ଧିତ ବାରରେ ଉପବାସ କରନ୍ତୁ।
ଶିବ ଲିଙ୍ଗରେ ସେହି ଗ୍ରହ ସହ ସମ୍ବନ୍ଧିତ ଯେକୌଣସି ବସ୍ତୁ ଅର୍ପଣ କରନ୍ତୁ।
ଏହାପରେ ‘ଓଁ ନମଃ ଶିବାୟ’ ମନ୍ତ୍ରର ୧୧ ଥର ଜପ କରନ୍ତୁ।
ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Comments are closed.