ଗଛକୁ ଧକ୍କା ଦେଇ ଓଲଟିଲା ବସ : ୧୧ ଆହତ

ବୌଦ୍ଧ: ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବସ ଗଛକୁ ଧକ୍କାଦେଇ ଓଲଟି ପଡ଼ିଛି।

ସୂଚନା ଅନୁଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ବରକୁ ଆସୁଥିଲା। କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିବାବେଳେ ସେମନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତରଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.