ଚୁଡ଼ି ପିନ୍ଧିବାର ବୈଜ୍ଞାନିକ କାରଣ

ମହିଳାମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡ଼ି ଏକ ମୁଖ୍ୟ ଶୃଙ୍ଗାର ଦ୍ରବ୍ୟ ଅଟେ। ଚୁଡ଼ି ପିନ୍ଧିଲେ ମହିଳାଙ୍କ ସୌନ୍ଦର୍ଯ୍ୟ ଦୁଇ ଗୁଣିତ ହୋଇଯାଏ। ମାତ୍ର ଏହା କେବଳ ସୌନ୍ଦର୍ଯ୍ୟ ଓ ଶୃଙ୍ଗାର ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ। ଜାଣନ୍ତୁ ଏ ବିଷୟରେ….
ଶ୍ୱାସ ରୋଗ –
ସୁନା ଓ ରୂପା ଚୁଡ଼ି ପିନ୍ଧିବା ଦ୍ୱାରା ମଧ୍ୟ ଏଥିରେ ଥିବା ଧାତୁ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ। ହସ୍ତରେ ସୁନା, ରୂପା , କାଚ ଆଦି ଚୁଡ଼ି ଧାରଣ କରିବା ଦ୍ୱାରା ମହିଳାମାନଙ୍କର ଶ୍ୱାସ, ହୃଦ ରୋଗ ହେବାର ସମ୍ଭାବନା ଖୁବ କମ ଥାଏ।
ମାନସିକ ସନ୍ତୁଳନ –
ଚୁଡ଼ି ପିନ୍ଧିବା ଦ୍ୱାରା ମହିଳାଙ୍କର ମାନସିକ ସନ୍ତୁଳନ ସଠିକ ରହିଥାଏ। ବୈଜ୍ଞାନିକଙ୍କ ମତାନୁଯାୟୀ କାଚ ଚୁଡ଼ି ମଧ୍ୟରୁ ହେଉଥିବା ଶବ୍ଦ ବାତାବରଣରେ ଥିବା ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ଏହାସହ ଚୁଡ଼ି ବାତାବରଣରେ ସକରାତ୍ମକ ଶକ୍ତି ସଞ୍ଚାର କରିଥାଆନ୍ତି।
ରକ୍ତ ପ୍ରବାହ –
ଚୁଡ଼ି ପିନ୍ଧିବା ଦ୍ୱାରା ଏହା ହସ୍ତରେ ଘର୍ଷଣ ହୋଇ ହାତରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ କରିଥାଏ।
ଥକ୍କାପଣ ଦୂର କରିଥାଏ –
ଚୁଡ଼ି ଯୋଗୁଁ ସୃଷ୍ଟି ହେଉଥିବା ଘର୍ଷଣ ଦ୍ୱାରା ଶରୀରରେ ଶକ୍ତି ସୃଷ୍ଟି ହୋଇଥାଏ। ଯାଦ୍ୱାରା ମହିଳାମାନେ ଶୀଘ୍ର ଥକ୍କାପଣ ଅନୁଭବ କରନ୍ତି ନାହିଁ।
ହରମୋନ ସନ୍ତୁଳନ କରିଥାଏ –
ଚୁଡ଼ି ପିନ୍ଧିବା ଦ୍ୱାରା ମହିଳାଙ୍କ ଶରୀରରେ ହରମୋନ ସଠିକ ସ୍ତରରେ କ୍ଷରଣ ହୋଇଥାଏ।

Comments are closed.