ଚୋରା ମଦ ଜବତ, ୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ନିମିକି ରାସ୍ତା ସାହାସପୁରା ଛକରେ ରବିବାର ଚୋରା ମଦ ଜବତ ହୋଇଛି। ସେମାନେ ବାଇକରେ ମଦ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ୩ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହା ସହ ୪୦୦ ଲିଟରରୁ ଅଧିକ ମଦ ଜବତ କରି ସ୍ଥାନୀୟ ଲୋକେ ଅବକାରୀ ବିଭାଗ ଜିମା ଦେଇଥିବା ସୂଚନା ମିଳିଛି।

Comments are closed.