ଘରେ ପଶି ମହିଳାଙ୍କୁ ବଳାତ୍କାର ଅଭିଯୋଗ

ମୁରିବାହାଲି : ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ଘରେ ପଶି ବଳାତ୍କାର କରିଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଜ​‌ଣେ ମହିଳା(୨୭) ତାଙ୍କ ପିଲା ଛୁଆ ଧରି ଘରେ ଶୋଇଥିବା ବେଳେ ୧୭ତାରିଖ ରାତି ୧୦ଟାରେ ମୁରିବାହାଲ ଥାନା ଅଞ୍ଚଳର ଜଣେ ଯୁବକ କବାଟ ବାଡ଼େଇବା ସହ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। କବାଟ ଖୋଲିବାରୁ ଯୁବକ ଜଣଙ୍କ ଏକ ଛୁରି ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଭୟଭୀତ କରି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ମୋବାଇଲରେ ରେକଡ଼ିଂ କରି ଇଣ୍ଟରନେଟ ମାଧ୍ୟମରେ ଛାଡ଼ି ଦେଇଥିଲେ। ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ଏବଂ ମହିଳାଙ୍କୁ ବଦନାମ କରିଦେବ ବୋଲି କହିଥିବା ମହିଳା ଜଣଙ୍କ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ କେଶ ନଂ ୪୯/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Comments are closed.