ବକ୍ସ ଅଫିସରେ କମାଲ୍‍ କରୁଛି ‘ବାଲା’: ଜାଣନ୍ତୁ ପ୍ରଥମ ଦିନର ଆୟ

ମୁମ୍ବଇ : ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମୀ ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଲା’ ବକ୍ସ ଅଫିସରେ ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୦ କୋଟି ୧୫ ଲକ୍ଷ ଟଙ୍କା ଆୟ କରିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ୨୫ କୋଟି ଟଙ୍କା ବଜେଟ୍‍ରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ହିଁ ନିଜ ବଜେଟ୍‍ ଭରଣ କରିଦେବ ଏବଂ ତା’ପରେ ଖୁବ୍‍ ଲାଭ ମଧ୍ୟ କରିବ। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି।

ପ୍ରଥମ ଦିନ ଆୟ ଭିତ୍ତିରେ ‘ବାଲା’ ଆୟୁଷ୍ମାନଙ୍କ ଅନେକ ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି। ଏହାର ପ୍ରଥମ ଦିନର ବ୍ୟବସାୟ ଡ୍ରିମ୍‍ ଗର୍ଲ(୧୦.୫ କୋଟି), ବଧାଇ ହୋ(୭.୩୫ କୋଟି), ଆର୍ଟିକଲ-୧୫(୫.୦୨ କୋଟି) ଓ ଅନ୍ଧାଧୁନ(୨.୭୦ କୋଟି)ର ବ୍ୟବସାୟ ଠାରୁ ଅଧିକ ରହିଛି।

Comments are closed.