ନିର୍ବାଚନୀ ହିଂସା : ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଗଙ୍ଗାନଗର ୧୮୨ ନଂ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ କରାଯାଇଛି। ପିଏସଓଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଡାକ୍ତରଖାନାରେ ଚିକିତ୍ସାରତ ଅଛନ୍ତି। କୌଣସି କଥାକୁ ନେଇ ବୁଥରେ ଗଣ୍ଡଗୋଳ ପରିସ୍ଥିତି ଉପୁଜୁଥିଲା। ଏହି ସମୟରେ ପିଏସଓଙ୍କ ଉପରେ ଆକ୍ରମଣ ହୋଇଥିଲା। କିଛି ସମୟ ପାଇଁ ବୁଥରେ ଉତ୍ତେଜନା ପରିସ୍ଥତି ଲାଗି ରହିଥିଲା, ମାତ୍ର ଏବେ ମତଦାନ ସ୍ୱାଭାବିକ ହୋହିଛି। ଘଟଣା ସ୍ଥଳରେ ବ୍ରଜରାଜନଗର ପୁଲିସ ଉପସ୍ଥିତ ଅଛି।

Comments are closed.