ବଣାଇର ଦୁଇଟି ସ୍ଥାନରୁ ମଦ ଜବତ, ୨ ଗିରଫ

ବଣାଇ : ବଣାଇ ସ୍ଥିତ ନରେନ୍ଦ୍ର ଗ୍ରାମ ଓ ବଜାର ଦାଣ୍ଡ ଗ୍ରାମରୁ ୨୦ଲିଟର ମଦ ଜବତ ହୋଇଛି। ଏହାସହ ୨ଜଣଙ୍କୁ ଗିରଫ କରାଯାଇଛି। ବୁଧବାର ସକାଳ ପ୍ରାୟ ୯ଟା ସମୟରେ ମାଜିଷ୍ଟ୍ରେଟ୍‌ ସରୋଜ କୁମାର ପୃଷେଟ ଓ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ବରେ ନରେନ୍ଦ୍ର ଓ ବଣାଇ ବଜାର ଦାଣ୍ଡରେ ଚଢାଉ କରାଯାଇଥିଲା। ତେବେ ନରେନ୍ଦ୍ର ଗ୍ରାମରୁ ଦିଲେଶ୍ବର ସାହୁ ଓ ବଜାର ଦାଣ୍ଡ ଗ୍ରାମରୁ ଉତ୍ତମ ସାହୁକୁ ଗିରଫ କରାଯାଇଛି। ଏହାସହ ଓ ବଜାର ଦାଣ୍ଡ ଗ୍ରାମରୁ ୩ଲିଟର ୨୪୦ମିଲି ଓ ନରେନ୍ଦ୍ର ଗ୍ରାମରୁ ୧୭ଲିଟର ମଦ ଜବତ କରାଯାଇଛି।

Comments are closed.