ଆଖଣ୍ଡଳମଣିଙ୍କ ପୀଠରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ; ଛାତ୍ରଛାତ୍ରୀମାନେ ପ୍ଲାଗକାର୍ଡ ଧରି ପର୍ଯ୍ୟଟକଙ୍କୁ କଲେ ସଚେତନତା

ଆରଡି :  ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ଧାମକୁ ‘ପ୍ଲାଷ୍ଟିକ ମୁକ୍ତ ଆରଡିଧାମ’ ନିମନ୍ତେ ବୁଧବାର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରର ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ , ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରାଛାତ୍ରୀ ଓ ବିଭିନ୍ନ ର୍ବଗର ଲୋକମାନେ ସାମିଲ ହୋଇ ପୀଠକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ପରିବେଶ ସଫାସୁତାରା ରଖିବା ନିମନ୍ତେ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇଥିଲେ।

ତାହାସହ ପୀଠର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ- ଆର୍ବଜନା ସଫା କରିଥିଲେ। ଏପରିକି ଅଭିନବ ଉପାୟରେ ଛାତ୍ରଛାତ୍ରୀମାନେ ପ୍ଲାଗକାର୍ଡ ଧରି ଆଗନ୍ତୁକ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଅଧିବାସୀମାନଙ୍କୁ ସଚେତନ କରିଥିଲେ। ତାହାସହ ପୀଠରେ ପ୍ରଥମକରି ଆରମ୍ଭ ହୋଇଥିବା ‘’ପ୍ଲାଷ୍ଟିକ ମୁକ୍ତ ଆରଡିଧାମ’ ଅଭିଯାନରେ ସାମିଲ ହୋଇଥିବା ବିଭନ୍ନ ବର୍ଗର ଲୋକ ଓ ଛାତ୍ରଛାତ୍ରୀମାନେ ମଣିବାବାଙ୍କ ମନ୍ଦିର ପରିସରରୁ ବାହାରି ମୁଖ୍ୟବଜାର ଓ ବିଭିନ୍ନ ସାହି ଓ ଗାଁ ପରିକ୍ରମା କରିଥିଲେ। ଆଖଣ୍ଡଳମଣିଙ୍କ ପୀଠରେ ପରିମଳ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ସବୁ ମହଲରୁ ସ୍ୱର ଉଠୁଥିବା ବେଳେ ଏହାକୁ ସାକାର କରିବା ପାଇଁ ସର୍ବସାଧାରଣଙ୍କର ତଥା ସ୍ଥାନୀୟ ଅଧିବାସୀଙ୍କର ସହେଯାଗ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶିକ୍ଷାକେନ୍ଦ୍ରର ଗୁରୁଜୀ ବିଜୟ କୁମାର ଦାଶ, ରଞନ ପାଢୀ, ସୈାଦାମିନୀ ମାଝୀ, ପଙ୍କଜ କୁମାର ସାହୁଙ୍କ ସହ ସ୍ଥାନୀୟ ବହୁ ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି।

Comments are closed.