ସଞ୍ଜୟ ଲୀଲା ଭଂଶାଲୀଙ୍କ ସିନେମାରେ ନଜର ଆସିବେ ଆଲିଆ

ମୁମ୍ବଇ : ବଲିଉଡର ଚୁଲବୁଲି ନାୟିକା ଭାବେ ସୁପରିଚିତ ଆଲିଆ ଭଟ୍ଟ ଗୋଟିଏ ପରେ ଗୋଟିଏ ସୁପରହିଟ ଚଳଚ୍ଚିତ୍ର ଦେଇ ବର୍ତ୍ତମାନ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। କରନ ଜୋହରଙ୍କ ଷ୍ଟୁଡେଣ୍ଟ ଅଫ ଦି ଇଅରରୁ ଚଳଚ୍ଚିତ୍ରରୁ ନିଜର ବଲିଉଡ଼ କ୍ୟାରିୟର ଆରମ୍ଭ କରିଥିବା ଆଲିଆ ରାଜି, ହାଇୱେ, ଉଡ଼ତା ପଞ୍ଜାବରେ ତାଙ୍କର ଦମଦାର ଅଭିନୟ ପାଇଁ ବେଶ୍ ପ୍ରଶଂସିତ ହୋଇଛନ୍ତି। ଏବେ ଆଲିଆଙ୍କ ଉପରେ ସବୁ ଚଳଚ୍ଚିତ୍ର ନିର୍ମାତାଙ୍କ ନଜର ରହିଥିଲାବେଳେ ବଲିଉଡର ଦକ୍ଷ ନିର୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଆଲିଆଙ୍କୁ ତାଙ୍କ ଆାଗାମୀ ସିନେମାପାଇଁ ଅଫର ଦେଇଥିବା ଜଣାପଡିଛି। ସୂଚନା ମୁତାବକ, ନିକଟରେ ସଞ୍ଜୟ ଲୀଲା ବଂଶାଲୀଙ୍କ ଚଳଚ୍ଚିତ୍ର ‘ଇନ୍ସାଆହ୍ଲା’ କୁ ଆଲିଆ ସାଇନ୍ କରିଛନ୍ତି। ଏହି ସିନେମାରେ ଆଲିଆଙ୍କ ବିପକ୍ଷରେ ନାୟକ ଭୂମିକାରେ ସଲମାନ ଖାନଙ୍କୁ ଦେଖିବାକୁ ମିଳିବ। ଭଂଶାଲୀଙ୍କ ସିନେମାରେ କାମକରିବା ବହୁତ ବଡ଼ କଥା ବୋଲି ଆଲିଆ କହିଛନ୍ତି।
ପ୍ରକାଶଯୋଗ୍ୟ, ନିକଟରେ ଆଲିଆଙ୍କ ଅଭିନିତ ଚଳଚ୍ଚିତ୍ର କଲଙ୍କ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରକୁ ସମୀକ୍ଷକମାନଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ହେଲେ କେତେକ ସମୀକ୍ଷକ ଏହାକୁ ଖରାପ ରେଟିଂ ମଧ୍ୟ ଦେଇଛନ୍ତି। ।

Comments are closed.