ଆଫଗାନ ସାମରିକ ତାଲିମ କେନ୍ଦ୍ର ଉପରେ ଆକ୍ରମଣ : ୪ ଯବାନ ଆହତ

କାବୁଲ : ଆଫଗାନିସ୍ଥାନରେ ସାମରିକ ତାଲିମକେନ୍ଦ୍ର ଗୁଡ଼ିକୁ ଲକ୍ଷ୍ୟ କରାଯାଇ ଲଗାତାର ଭାବେ କରାଯାଉଥିବା ବିସ୍ଫୋରଣରେ ଆଫଗାନ ନ୍ୟାସନାଲ ଆର୍ମିର ୪ଜଣ ଜବାନ ଆହତ ହୋଇଛନ୍ତି । ରାଜଧାନୀ କାବୁଲ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ପୁଲିସ ଓ ଆଭ୍ୟନ୍ତରୀଣ ବିଭାଗ ମୁଖପାତ୍ର ନସରତ ରହିମ କହିଛନ୍ତି ସେହି ବିସ୍ଫୋରଣ କାବୁଲର ପଶ୍ଚିମ ଉପାନ୍ତରେ ଅବସ୍ଥିତ ସାମରିକ ତାଲିମକେନ୍ଦ୍ରକୁ ଲକ୍ଷ୍ୟକରି କରାଯାଇଥିଲା।
ବିସ୍ଫୋରଣ ଉପରେ ତଦନ୍ତ ଆରମ୍ଭ ହୋଇଛି। ଏହା ଏକ ଆତ୍ମଘାତୀ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣ ଘଟାଇଥିବା ବିଷୟରେ କୌଣସି ଗୋଷ୍ଠୀ ପକ୍ଷରୁ ଏପର୍ଯ୍ୟନ୍ତ ଦାବି କରାଯାଇନଥିଲେ ମଧ୍ୟ ଉଭୟ ତାଲିବାନ ଓ ଇସ୍‍ଲାମୀୟ ବିଦ୍ରୋହୀମାନେ ରାଜଧାନୀ କାବୁଲରେ ଏଭଳି ଆକ୍ରମଣ କରିଆସୁଛନ୍ତି। ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍ରଫ ଘାନି ୩ଜଣ ତାଲିବାନ ବନ୍ଦୀଙ୍କୁ ମୁକ୍ତ କରିବା କଥା ଗତ ସପ୍ତାହରେ ଘୋଷଣା କରିଥିଲେ। କିନ୍ତୁ ପରେ ସେମାନଙ୍କୁ ଜେଲ୍‍କୁ ପଠାଇ ଦେଇଥିଲେ ଓ ସେମାନଙ୍କୁ ଖଲାସ କରିବା ବିଷୟ ପୁର୍ନବିଚାର କରାଯାଉଥିବାର କହିବା ପରେ ଏହି ଆକ୍ରମଣ ହୋଇଛି।

Comments are closed.