ସଡ଼କ ଦୁର୍ଘଟଣାରେ ଜଣେ ମୃତ

ସମ୍ବଲପୁର : ସମ୍ବଲପୁର ଯୁଯୁମୁରା ଥାନା ଅନ୍ତର୍ଗତ ସମ୍ବଲପୁର-କଟକ ଜାତୀୟ ରାଜପଥରେ ବୁଧବାର ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରୁ ବାରିପଦା ଅଭିମୁଖେ ଆସୁଥିବା ଏକ ପିଆଜ ଓ ରସୁଣ ବୋଝେଇ ଟ୍ରକର ଚକା ହଠାତ ଫାଟିଯାଇଥିଲା। ଫଳରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ଓଲଟି ପଡି ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ଟ୍ରକର ଚାଳକ। ସେ ମଧ୍ୟପ୍ରଦେଶର ଉଜୈନ ଜିଲା ଅନ୍ତର୍ଗତ ବିନାନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.