ଅଜଣା ଗାଡ଼ି ଧକ୍କାର ୩ ବାଇକ ଆରୋହୀଙ୍କ ମୃତ୍ୟୁ

ସାଲେପୁର: ନିଶ୍ଚିତକୋଇଲି ଥାନା କେନ୍ଦୁପାଟଣା ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଅଜଣା ଗାଡ଼ି ଧକ୍କାର ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ଜଣ ଯୁବକ କଟକ ଆଡ଼କୁ ଯାଉଥିଲେ। ଏହି ସମୟରେ ଗୋଟିଏ ଅଜଣା ଗଡ଼ି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଦୁର୍ଘଟଣା କାରଣ ମଧ୍ୟ ସ୍ପଷ୍ଟ ଜଣାପଡ଼ି ନାହିଁ।

Comments are closed.