ଗଛରେ ପିଟି ହେଲା ବୋଲେରୋ, ଜଣେ ଗୁରୁତର

ହରଭଙ୍ଗା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୀରନରସିଂହପୁର ଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବୋଲେରୋ ପିକଅପ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ରବୀନ୍ଦ୍ର ନାୟକ (୪୦) ଗୁରୁତର ଆହତ ହୋଇଛନ୍ତି। ସେ ଖୋର୍ଦ୍ଧା ଜିଲାର ଭୂଷଣପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବୋଲେରୋ ଗାଡ଼ିଟି ସମ୍ବଲପୁରରେ ମାଛ ଖାଲି କରି ଖୋର୍ଦ୍ଧା ଫେରୁଥିବା ସମୟରେ ଗଛରେ ପିଟି ହୋଇଯାଇଥିଲା। ପୁଲିସ ଓ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ କାଟି ଚାଳକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

Comments are closed.