ପୃଥକ ସଡ଼କ ଦୁର୍ଘଟଣାରେ ୨ ମୃତ

କେନ୍ଦ୍ରାପଡ଼ା / କଟକ : ପୃଥକ ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରବିବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।
କେନ୍ଦ୍ରାପଡ଼ା ୫୩ ନମ୍ବର ଜାତୀୟ ରାଜପଥ ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଦୁହୁରିଆ ଛକରେ ଟ୍ରକ ପଛରେ ଏକ ଅଟୋ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସେହିପରି କଟକର ନାନ୍ଦୋଳଗଡ଼ା ଛକରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Comments are closed.