ଭୁଲ ଇଞ୍ଜେକ୍ସନରେ ରୋଗୀଙ୍କ ମୃତ୍ୟୁ

କଟକ : କଟକ ଜିଲା ନିଆଳିର ଏକ ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ଜଣେ ନାବାଳିକାର ରବିବାର ମୃତ୍ୟୁ ହୋଇଛି । ଭୁଲ ଇଞ୍ଜେକ୍ସନ କାରଣରୁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ,  ନାବାଳିକାର ସ୍ୱାସ୍ଥ୍ୟଅବସ୍ଥା ଖରାପ ଥିବାରୁ ପରିବାରଲୋକେ ତାଙ୍କୁ ନିଆଳିର ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳିକାକୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଭୁଲ ଇଞ୍ଜେକ୍ସନ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବାନେଇ ପରିବାରଲୋକେ ଅଭିଯୋଗକରି ନର୍ସିଂହୋମରେ ହୋହାଲା କରିଥିଲେ। ଘଟଣା ସ୍ଥଳରେ ପ୍ରବଳଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବଝାସୁଝା କରିଛି ।

Comments are closed.