କାଶ୍ମୀରରେ ଶାନ୍ତି ପାଇଁ ୪ସୂତ୍ରୀ ଯୋଜନା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିପୁଳ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ମାଧ୍ୟମରେ ସାମୟିକ ଶାନ୍ତି ପ୍ରତିଷ୍ଠା କରାଯାଇପାରେ; କିନ୍ତୁ ଏହା ଦୀର୍ଘସ୍ଥାୟୀ ହେବ ନାହିଁ। ସେଥିପାଇଁ ସବୁଦିନିଆ ଶାନ୍ତି ପ୍ରତିଷ୍ଠା ପ୍ରୟାସ ଲକ୍ଷ୍ୟ​ରେ ‌ସରକାର ଏବେ ଚତୁଃସ୍ତରୀୟ ନକ୍ସା ପ୍ରସ୍ତୁତ କରିଛନ୍ତି। ସମ୍ପ୍ରତି ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଜାରି ହୋଇଥିବା କଟକଣା ସାମାନ୍ୟ ହ୍ରାସ କଲାବେଳକୁ କାଶ୍ମୀର ଉପତ୍ୟକାରେ ସ୍ବାଭାବିକ ଭାବେ ଲୋକଙ୍କ ସୁପ୍ତ ଆକ୍ରୋଶ ପ୍ରକାଶ ପାଉଛି। କିଛି ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାପଥର ମାଡ଼ କରୁଛନ୍ତି। ଏହାକୁ ଲକ୍ଷ୍ୟକରି ବର୍ତ୍ତମାନ ଶୈଳୀରେ ଏହି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳରେ ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି ଭାବି ସରକାର ନୂଆ ରଣକୌଶଳ ନିର୍ଦ୍ଧାରଣ କରିଛନ୍ତି। କାଶ୍ମୀର ଉପତ୍ୟକା​ରେ ‌ଆଇନଶୃଙ୍ଖଳା ପରିସ୍ଥିତି ଉପୁଜାଉଥିବା ପ୍ରମୁଖ ୪ଟି ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ହୋଇଛି। ସେଥିପାଇଁ ଭିନ୍ନଭିନ୍ନ ଉପାୟ ଅବଲମ୍ବନ କରିବାକୁ ଯୋଜନା ହୋଇଥିବା ଜାମ୍ମୁ-କାଶ୍ମୀର ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚାରି ଗୋଷ୍ଠୀ ମଧ୍ୟରେ ଅଛନ୍ତି ପଥର ଫିଙ୍ଗାଳି, ଏମାନଙ୍କୁ ପ୍ରୋତ୍ସାହିତ କରୁଥିବା ଶକ୍ତି, ବିଭିନ୍ନ ରାଜନୈତିକ ଦଳର ନେତା ଓ ସମ୍ପୃକ୍ତ ନୀତିନିର୍ଦ୍ଧାରଣକାରୀ। ସମ୍ପ୍ରତି ଉପତ୍ୟକାରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ପ୍ରୟାସରତ ପ୍ରଶାସନ ଆଗକୁ ଯେମିତି ପୂର୍ବ ପରିସ୍ଥିତି ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦେଉଛି।
ସାନି ପଦକ୍ଷେପ ସ୍ବରୂପ ସରକାର ଗୁଇନ୍ଦା ବିଭାଗକୁ ଶକ୍ତିଶାଳୀ କରୁଛନ୍ତି। ଏହା ମାଧ୍ୟମରେ ଗଣଗୋଳକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କୁ ଠାବ କରିବା ସହ ବିନା ହିଂସାରେ ସେମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ପ୍ରଥମ କାର୍ଯ୍ୟ। ଏଥିମଧ୍ୟରେ ନେତାମାନେ ହେଉଛନ୍ତି ମୁଖ୍ୟ। ଦ୍ବିତୀୟତଃ, ପଥର ଫିଙ୍ଗାଳି ସାଧାରଣତଃ କିଶୋର ବୟସର ହୋଇଥିବାରୁ ସେମାନଙ୍କୁ ଏଥିରୁ ନିବୃତ୍ତ କରାଇବା ଉଦ୍ଧେଶ୍ୟରେ ପ୍ରତି ଗ୍ରାମ ବା ଅଞ୍ଚଳରେ ସ୍ବତନ୍ତ୍ର ‘ବଣ୍ଡ୍‌’ ପ୍ରଚଳନ ବ୍ୟବସ୍ଥା କରାଯାଉଛି। ଏହି ବଣ୍ଡରେ ସ୍ଥାନୀୟ ୨୦ଟି ପରିବାରକୁ ସାମିଲ କରାଯିବ। ସମ୍ପଅକ୍ତ ପରିବାର ଏହି ବଣ୍ଡ୍‌ରେ ଦସ୍ତଖତ କରିବେ; ଯେମିତି ସେମାନଙ୍କ ପରିବାରର କୌଣସି ପିଲା ପଥର ଫିଙ୍ଗାଳି ହେବେ ନାହିଁ ବା ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହିବେ ନାହିଁ। ତୃତୀୟରେ ଆସୁଛନ୍ତି ଆତଙ୍କବାଦୀ। ସୀମାନ୍ତ ପ୍ରତି ସେନା ନିଘା ରଖିବ। ସରକାର ନିୟମିତ ନିୟନ୍ତ୍ରଣ ରେଖା ସମେତ ଜାମ୍ମୁ-କାଶ୍ମୀର ଓ ପଞ୍ଜାବ ସୀମା ସୁରକ୍ଷା ସମ୍ପର୍କାରେ ସମୀକ୍ଷା କରିବେ। ଚତୁର୍ଥରେ ହିଂସାକାଣ୍ଡ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା ପ୍ରଭାବଶାଳୀ ଧାର୍ମିକ ନେତାମାନଙ୍କୁ ଠାବ କରି ସେମାନଙ୍କ ପ୍ରତି କ​‌େ​‌ଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ସରକାରଙ୍କ ଯୋଜନା। ଏହିସବୁ ଯୋଜନାର ଅଂଶବିଶେଷ ସ୍ବରୂପ ଗତ ଦୁଇ ସପ୍ତାହ ଧରି ୪୦୦ ରାଜ​​‌ନେ‌ତାଙ୍କ ନଜରବନ୍ଦୀ କରି ରଖାଯାଇଛି।

ଆତଙ୍କବାଦୀ ଓ ଜନତାଙ୍କ ମଧ୍ୟରେ ଦୂରତା ରକ୍ଷା କରୁଛି ପୁଲିସ

ଶ୍ରୀନଗର : ସାଧାରଣ ଜନତାଙ୍କ ସହିତ ଆତଙ୍କବାଦୀଙ୍କ ଯୋଗାଯୋଗକୁ ଦୂରେଇ ରଖିବା ଦିଗରେ ରାଜ୍ୟ ପୁଲିସ ଗୁରୁତ୍ବ ଦେଇ ଆସୁଛି ବୋଲି ଜାମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି। ପୁଲିସ ମହାନିର୍ଦେଶକ କହିଛନ୍ତି ଯେ କାଶ୍ମୀରର ଆତଙ୍କବାଦୀମାନେ ସାଧାରଣ ଜନତାଙ୍କୁ ହିଂସା ଲାଗି ଉସୁକାଉଥାନ୍ତି। ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ଲାଗି ଆତଙ୍କବାଦୀମାନେ ସୁଯୋଗ ଖୋଜୁଥିବାବେଳେ ପୁଲିସ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଏକ ସାକ୍ଷାତକାରରେ ଦିଲବାଗ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ସ୍ବାଭାବିକ ରଖିବାରେ ସାଧାରଣ ଜନତା ସହଯୋଗ କରୁଛନ୍ତି। ପୁଲିସ, ଅର୍ଦ୍ଧସାମରିକବାହିନୀ ଓ ସେନା ରାଜ୍ୟ ସୁରକ୍ଷାରେ ନିୟୋଜିତ ଥିବାବେଳେ ସମସ୍ତଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଛି। ଲୋକଙ୍କୁ ସହଯୋଗ କରିବାରେ ଜଣେ କେହି ଅବହେଳା କରିବା ଉଚିତ ନୁହେଁ। ଅଗଷ୍ଟ ୫ରୁ ରାଜ୍ୟରୁ ୩୭୦ ଉଚ୍ଛେଦ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Comments are closed.