ଫୁଟବଲ ମ୍ୟାଚ ବେଳେ ଆଖିବୁଜା ଗୁଳିମାଡ଼; ୪ ମୃତ ଓ ୬ ଆହତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଫ୍ରେସ୍ନୋ ଅଞ୍ଚଳରେ ଫୁଟବଲ ମ୍ୟାଚ ଚାଲିଥିବା ସମୟରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣ ଦର୍ଶକଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଥିବା ଫ୍ରେସ୍ନୋ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ ମୁଖପାତ୍ର ବିଲ୍‌ ଡୋଲେଲି କହିଛନ୍ତି, ସ୍ଥାନୀୟ ଜଣେ ବ୍ୟକ୍ତି ନିଜ ଘର ପଛପଟେ ଏକ ପଡ଼ିଆରେ ଫୁଟବଲ ମ୍ୟାଚ ଦେଖିବା ଲାଗି ସାଙ୍ଗ ଏବଂ ବନ୍ଧୁମାନଙ୍କୁ ଡକାଇଥିଲେ। ସେମାନେ ସମସ୍ତେ ଫୁଟବଲ ମ୍ୟାଚ ଦେଖୁଥିବାବେଳେ ଜଣେ ଦୁର୍ବୃତ୍ତ ସେଠାରେ ପହଞ୍ଚି ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ପହଞ୍ଚି ସେଠାରୁ ୪ଟି ମୃତଦେହ ଜବତ କରିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ପୁଲିସ କହିଛି।

Comments are closed.