ରୋଷଶାଳାରେ ବଏଲର ଫାଟି ୪ ମୃତ, ୫ ଗୁରୁତର

ପାଟନା: ବିହାରର ମୋତିହାରୀ ଅଞ୍ଚଳରେ ଥିବା ଏକ ଏନଜିଓର ରୋଷଶାଳାରେ ବଏଲର ଫାଟିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଶନିବାର ସକାଳେ ଏହି ଘଟଣା ଘଟିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ସରକାରୀ ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଇବା ଲାଗି ଏହି ଏନଜିଓ ଠିକା ନେଇଛି। ଶନିବାର ଭୋର ପ୍ରାୟ ୫ଟାରେ ମଧ୍ୟାହ୍ନଭୋଜନ ଲାଗି ରୋଷେୟାମାନେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ବଏଲର ଫାଟିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସ୍ଥାନୀୟ ଅଞ୍ଚଳବାସୀ ଏଥିରେ ଭୟଭୀତ ହୋଇପଡ଼ିଥିଲେ। ବିସ୍ଫୋରଣ ଯୋଗୁ ରୋଷଶାଳାର ଛାତ ମଧ୍ୟ ଉଡ଼ିଯାଇଥିଲା।

Comments are closed.