ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ଆଜି

ପୋର୍ଟ ଅଫ୍‍ ସ୍ପେନ୍‍ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‍ ରବିବାର ପୋର୍ଟ ଅଫ୍‍ ସ୍ପେନ୍‍ର କୁଇନ୍ସ ପାର୍କ ଓଭାଲ୍‍ଠାରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‍ ଖେଳାଯିବ। ଗତ ଗୁରୁବାର ଦିନ ଗୟାନାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‍ ବର୍ଷା ଯୋଗୁଁ ୧୩ ଓଭର ପରେ ବାତିଲ୍‍ କରିଦିଆଯାଇଥିଲା।  ତୃତୀୟ ତଥା ଅନ୍ତିମ ମ୍ୟାଚ୍‍ ଆସନ୍ତା ବୁଧବାର ୧୪ ତାରିଖ ଦିନ ମଧ୍ୟ ପୋର୍ଟ ଅଫ୍‍ ସ୍ପେନ୍‍ର କୁଇନ୍ସ ପାର୍କଠାରେ ଖେଳାଯିବ।

ଅନ୍ୟ ପକ୍ଷରେ ୩-୦ରେ ଟ୍ବୋଣ୍ଟି-୨୦ ସିରିଜ ଜିତିଥିବା ଭାରତ ଏହି ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ।

Comments are closed.