୯ ମାସରେ ୧୮୬୫ଟି ଦୁଷ୍କର୍ମ ମାମଲା – ୯୫୬ ଜଣ ନାବାଳିକା

- ବନ୍ୟଜନ୍ତୁଙ୍କ ପାଇଁ ପ୍ରତିଷ୍ଠା ହେଉଛି ପରିବେଶ ଭିତ୍ତିକ ପର୍ଯ୍ୟଟନସ୍ଥଳ

ଭୁବନେଶ୍ୱର: ବିଧାନସଭାରେ ନାରୀ ନିର୍ଯାତନା ଓ ସୁରକ୍ଷା ଉପରେ ଆସିଥିବା ପ୍ରଶ୍ନର ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ୨୦୧୯ ଜାନୁଆରୀରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୧ ହଜାର ୮୬୫ଟି ଦୁଷ୍କର୍ମ ମାମଲା ଦାଏର ହୋଇଛି। ସେଥିରୁ ୯୫୬ ଜଣ ନାବାଳିକା ରହିଛନ୍ତି। ଏହାଛଡା ୭ ହଜାର ୭୦୬ ଜଣ ନାରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି ଏବଂ ୩୩୭ ଜଣଙ୍କର ଯୌତୁକ ନିର୍ଯାତନାରେ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଥିବା ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ସରକାରଙ୍କ ପକ୍ଷରୁ ପରିବେଶ ଭିତ୍ତିକ ପର୍ଯ୍ୟଟନସ୍ଥଳ ପ୍ରତିଷ୍ଠା ହେଉଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନ ସଭାରେ ସୂଚନା ଦେଇଛନ୍ତି। ଏହା ଫଳରେ ଜଙ୍ଗଲକୁ ଜନସାଧାରଣଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରୁଛି। ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଭୂମିକା ପାଇଁ ସି.ଆଇ.ଆଇ. ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶଂସାପତ୍ର ମିଳିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ କହିଛନ୍ତି।

ବି.ଜେ.ଡ଼ି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ମୂଳ ପ୍ରଶ୍ନ ଓ ଅନ୍ୟ ସଦସ୍ୟଙ୍କ ଅତିରିକ୍ତ ପ୍ରଶ୍ନରେ ମନ୍ତ୍ରୀ ଗୃହକୁ ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି।

Comments are closed.