ପାହାଡରୁ ଖସିଲା ବସ୍, ୧୮ ମୃତ ଓ ୧୩ ଆହତ

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଏକ ବସ୍ ପାହାଡ ତଳକୁ ଖସି ପଡିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାଠମାଣ୍ଡୁର ୨୪୦ କିମି ଦୂରତାରେ ନର୍ପନିରେ ବୁଧବାର ବିଳମ୍ବିତ ରାତିରେ ବସଟି ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରୁ ୧୮ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବୁଟୱାଲା ହସ୍ପିଟାଲକୁ ପଠାଇ ଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Comments are closed.