କର୍ବଲା ମିନିବସରେ ବିସ୍ଫୋରଣ ଘଟଣା : ଜଣେ ଅଟକ

ବାଗଦାଦ : ଇରାକର କର୍ବଲା  ନଗରୀରେ ଏକ ଯାତ୍ରୀବାହୀ ମିନିବସରେ ବିସ୍ଫୋରଣ ଘଟି ୧୨ ଜଣଙ୍କର ମୃତ୍ୟୁ ଘଟଣାରେ ସୁରକ୍ଷା କର୍ମୀମାନେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଇରାକ ପ୍ରଧାନମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଇରାକର କର୍ବଲା  ନଗରୀରେ ଏକ ଯାତ୍ରୀବାହୀ ମିନିବସରେ ବିସ୍ଫୋରଣ ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଅନେକ ଆହତ ହୋଇଛନ୍ତି। କର୍ବଲାର ଦକ୍ଷିଣକୁ ୧୦ କିଲୋମିଟର ଦୂର ଏକ ଯାଞ୍ଚ ଘାଟୀ ପାର ହେଉଥିବା ବେଳେ ସେହି ବିସ୍ଫୋରଣ ହୋଇଥିଲା। ପୁଲିସ୍‍ କହିଛି, ମୃତକମାନଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ଲୋକ ଅଛନ୍ତି। ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି।

 

Comments are closed.