୮ ମାଓବାଦୀ ନିହତ : ୬ଟି ରାଇଫଲ୍‍ ସହ ବିପୁଳ ମାଓ ସାମଗ୍ରୀ ଜବତ

0

ମାଲକାନଗିରି/ରାୟପୁର : ଛତିଶଗଡ଼ରେ ସୁରକ୍ଷା ବାହିନୀ ଯବାନମାନଙ୍କ ସହ ଗୁଳି ବିନିମୟରେ ୮ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ବସ୍ତର ଅଞ୍ଚଳର ଦନ୍ତେୱାଡା ଜିଲ୍ଲାରେ ଏହି ଘଟଣା ଘଟିଛି। ଅତିରିକ୍ତ ପୁଲିସ୍‍ ଅଧୀକ୍ଷକ ଗୋରଖନାଥ ବାଘେଲ୍‍ ଏ ସଂପର୍କରେ ସୂଚନା ଦେଇଛନ୍ତି।  ମାଓବାଦୀମାନଙ୍କର ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇ ଜିଲ୍ଲା ରିଜର୍ଭ ଗ୍ରୁପ୍‍ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଏକ ମିଳିତ ଦଳ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।

ବିଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳର ତିମେନାର ଜଙ୍ଗଲରେ ଗୁରୁବାର ବଡିଭୋରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ୮ ଜଣଯାକ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ସେମାନଙ୍କ ନିକଟରୁ ୬ଟି ରାଇଫଲ୍‍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।

 

Leave A Reply