ମଙ୍ଗଳବାର ରାଶିଫଳ

0

ମେଷ: ଉଚ୍ଚ ଆଶା ଫଳବତୀ ହେବ। ଆବଶ୍ୟକ ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଯଥାର୍ଥ ଯୁକ୍ତି ଉପସ୍ଥାପନ କରିବେ। ବ୍ୟବସାୟ ଲାଭଜନକ ହେବ। ମନ ପ୍ରସନ୍ନ ରହିବ। ସରକାରୀ ଅର୍ଥ ମିଳିପାରେ। ଦୟାଳୁ ସ୍ୱଭାବର ହେବେ।
ବୃଷ: ପରୋପକାରୀ ହେବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନଟି ବିତିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଦାମ୍ପତ୍ୟ ସୁଖ ମିିଳିବ।
ମିଥୁନ: ସନ୍ତାନ ସୁଖ ମିଳିବାର ଆଶା-ଭରସା ଅଛି। ପ୍ରତାରଣାର ଶିକାର ହୋଇପାରନ୍ତି। ଈର୍ଷା ପରାୟଣର ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ।
କର୍କଟ: ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ଆଦର, ଅଭ୍ୟର୍ଥନା ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ଆଜ୍ଞାଧୀନ ହେବେ।
ସିଂହ: ଘାତଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ନେତ୍ର ପୀଡ଼ା ଅନୁଭବ କରିବେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳଶାଳୀ ହୋଇ ଶତ୍ରୁ ଦମନ କରିବେ।
କନ୍ୟା: ମାନସିକ ଅଶାନ୍ତି ଦୂର ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିରେ ଜିତାପଟ ନେଇପାରନ୍ତି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।
ତୁଳା: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସୁଖ ମିଳିବ। ଜଣେ ବିଶିଷ୍ଟ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରିହବେ। କୃଷି କ୍ଷେତ ଲାଭଦାୟକ ହେବ। ଜଳପ୍ରତି ଆଦର ଓ ବୁଦ୍ଧିମାନ ହେବେ।
ବିଛା: ଯେପରି ପ୍ରମାଦ ନ ପଡ଼ିବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷାରେ ଜନ-ମନତୋଷ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ।
ଧନୁ: ନିଜ ଲୋକଙ୍କର ସତ୍କାର କରିପାରନ୍ତି। ତରବର ନହୋଇ ଅପେକ୍ଷା ରତ ହେଲେ ସୁଫଳ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ।
ମକର: ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ଆଶା-ଭରସା ରହିଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଉଚ୍ଚଆଶା ଫଳବତୀ ହେବ। ବିଭିନ୍ନ ଦିଗରୁ ଅର୍ଥ ମିଳିବ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।
କୁମ୍ଭ: ଅତିଥିଙ୍କ ପାଇଁ ବ୍ୟସ୍ତମନା ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇ କାର୍ୟ୍ୟ ହାସଲ କରିପାରନ୍ତି। ଖର୍ଚ୍ଚ ନ ହେବାର ସୂଚନା ମିଳୁଛି। ଧାର୍ମିକ ପ୍ରବୃତ୍ତିର ହେବେ। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ସାହସୀ ଓ ଜ୍ଞାନୀ ହେବେ।
ମୀନ: ବିଭିନ୍ନ ଦିଗରୁ ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବାର ସୂଚନା ମିଳୁଛି।

Leave A Reply