ନେଲସନ ମଣ୍ଡେଲାଙ୍କ ଝିଅ ଜିନ୍ଦଜି ମଣ୍ଡେଲାଙ୍କ ଦେହାନ୍ତ

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ନେଲସନ ମଣ୍ଡେଲାଙ୍କ ଝିଅ ଜିନ୍ଦଜି ମଣ୍ଡେଲାଙ୍କ ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଜିନ୍ଦଜି ମଣ୍ଡେଲା ଡେନମାର୍କରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରଦୂତ ଭାବରେ କାର୍ୟ୍ୟ କରୁଥିଲେ। ଜିନ୍ଦଜି ନେଲସନ ମଣ୍ଡେଲା ଏବଂ ୱିନି ମଣ୍ଡେଲାଙ୍କ ଦ୍ୱିତୀୟ ସନ୍ତାନ ଥିଲେ। ରାଜ୍ୟ ଟେଲିଭିଜନ ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ଜିନ୍ଦଜି ମଣ୍ଡେଲାଙ୍କ ଦେହାନ୍ତ ହୋଇଛି।

Comments are closed.