ବଜାରରେ ‘ଫାଭିପିରାଭିର’ ବିକ୍ରି ନିମନ୍ତେ ଜେନେରା ଫାର୍ମାକୁ ଅନୁମତି; ସାମାନ୍ୟ କରୋନା ଲକ୍ଷଣଥିବା ରୋଗୀ କରିପାରିବେ ବ୍ୟବହାର

ନୂଆଦିଲ୍ଲୀ:  ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର ହେଉଥିବା ‘ଫାଭିପିରାଭିର’ ବଟିକାର ଉତ୍ପାଦନ ଓ ବିକ୍ରି ନିମନ୍ତେ ଜେନେରା ଫାର୍ମାକୁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି)। ଏହି ଔଷଧ ଭାରତରେ ‘ଫାଭିଜେନ୍’ ବ୍ରାଣ୍ଡରେ ବିକ୍ରି ହେବ ।

ଜେନେରା ଫାର୍ମାର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ବାବୁ ରଙ୍ଗିସେଟ୍ଟୀଙ୍କ ସୂଚନା ଅନୁସାରେ କୋବିଡ଼-୧୯ରୋଗୀଙ୍କ ନିମନ୍ତେ ଫାଭିପିରାଭିର ଉପଯୋଗୀ ସାବ୍ୟସ୍ତ ହୋଇଛି । କମ୍ପାନୀ ପକ୍ଷରୁ ଖୁବ୍ ଶୀଘ୍ର ଏହି ଔଷଧ ବଜାରରେ ଉପଲବ୍ଧ କରାଯିବ ।  ଜେନାରା ଫାର୍ମା ଏକାଧିକ ରାଜ୍ୟ ଅନୁଷ୍ଠାନ ଏବଂ ଭାରତର ଅନେକ ଡାକ୍ତରଖାନା ସହିତ ଏହି ଔଷଧ ଯୋଗାଇବା ନିମନ୍ତେ ଆଲୋଚନା ଆରମ୍ଭ କରିଛି । କମ୍ପାନୀ  ଟାବଲେଟଗୁଡ଼ିକୁ ରିହାତି ମୂଲ୍ୟରେ ଉପଲବ୍ଧ କରାଇବ ଏବଂ ଆବଶ୍ୟକସ୍ଥଳେ ଗରିବ ରୋଗୀମାନଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେବ ବୋଲି ଜଗଦୀଶ ବାବୁ କହିଛନ୍ତି ।

Comments are closed.