ଜୀ ଏବଂ ସୋନୀର ହେବ ମିଶ୍ରଣ- ସୋନୀ କମ୍ପାନୀର ରହିବ ଏତିକି ଅଂଶଧନ

 

ନୂଆଦିଲ୍ଲୀ – ମନୋରଞ୍ଜନ ଦୁନିଆର ଦୁଇ ଲୋକପ୍ରିୟ କମ୍ପାନୀ ଜୀ ଏବଂ ସୋନୀର ମିଶ୍ରଣ ହେବ । ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଏବଂ ସୋନୀ ପିକ୍ଚରସ୍‌ ନେଟଓ୍ୱର୍କ ଇଣ୍ଡିଆର ମିଶ୍ରଣ ପାଇଁ ଏମାନଙ୍କର ବୋର୍ଡ ମଞ୍ଜୁରୀ ଦେଇଛି । ଏହି ବିଲୟ ପରେ ସୋନୀର ୫୦.୮୬ ପ୍ରତିଶତ ଅଂଶଧନ ରହିବ । ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ଏହା ଭାରତର ସବୁଠାରୁ ବଡ଼ ମନୋରଞ୍ଜନ କମ୍ପାନୀରେ ପରିଣତ ହେବ ।

ଏହି ମିଶ୍ରଣରେ କମ୍ପାନୀ ଅନ୍ୟ କଥା ସହ ଟିଭି କଣ୍ଟେଟ୍‌ ଡେଭଲପ୍‌ମେଣ୍ଟ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ମନୋରଞ୍ଜନ ସେଟ୍‌ଲାଇନ୍‌ ଟେଲିଭିଜନ୍‌ ଚ୍ୟାନେଲ୍‌ , ଚଳଚ୍ଚିତ୍ର, ଗୀତ ର ପ୍ରସାରଣ ଏବଂ ଡିଜିଟାଲ୍‌ ସେକ୍ଟରେ ପ୍ରଭାବ ପକାଇବ । ଏହି ଦୁଇ କମ୍ପାନୀ ଭାରତର ଟିଭି କଣ୍ଟେଟ୍‌ ଡେଭଲପ୍‌ମେଣ୍ଟ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ମନୋରଞ୍ଜନ ସେଟ୍‌ଲାଇନ୍‌ ଟେଲିଭିଜନ୍‌ ଚ୍ୟାନେଲ୍‌ , ଚଳଚ୍ଚିତ୍ର, ଗୀତ ର ପ୍ରସାରଣ ଏବଂ ଡିଜିଟାଲ୍‌ ସେକ୍ଟରେ ବେଶ୍‌ ପ୍ରଭାବ ବିସ୍ତାର କରିଛନ୍ତି ।

ମିଶ୍ରଣ ପରେ ଜୀ-ସୋନୀ କମ୍ପାନୀରେ ପୁନୀତ ଗୋୟଙ୍କା ଏମ୍‌ଡି ଏବଂ ସିଇଓ ଭାବେ କାର୍ଯ୍ୟ କରିବେ । ଏହାର ମିଶ୍ରଣ ଫଳରେ ଭାରତର ମନୋରଞ୍ଜନ ଦୁନିଆଁରେ ଏକ ସକରାତ୍ମକ ପ୍ରଭାବ ପବିବ ବୋଲି ଅର୍ଥନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ।

Comments are closed.