nua o banner

ଜୀ ସାର୍ଥକ ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ ସଙ୍ଗୀତ ଉନ୍ମୋଚିତ

BJD Bijuli 480×75 Mob

ଭୁବନେଶ୍ବର  : ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ସଙ୍ଗୀତ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଉନ୍ମୋଚିତ ହୋଇଛି। ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ୱସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି । ଅଜୟ ରାଉତ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁ ନିର୍ଦେଶିତ ଏହି କଥାଚିତ୍ରର କାହାଣୀକାର ଚିନ୍ମୟ ଦାସ ପଟ୍ଟନାୟକ। ନଭେମ୍ବର ୬ ତାରିଖ କାର୍ତ୍ତିକ ଶେଷ ସୋମବାର, ବଡ଼ଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ପ୍ରସାରିତ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ।

Comments are closed.