ଉତ୍ତରପ୍ରଦେଶ ଧର୍ମାନ୍ତିକରଣ ସହିତ ଜାକିର ନାଏକ ସଂପୃକ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଧର୍ମ ପରିବର୍ତ୍ତନ ଘଟଣାରେ ଜାକିର ନାଏକ ସଂପୃକ୍ତ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଇସଲାମିକ ଦାୱାହ ସେଣ୍ଟର ଏ କ୍ଷେତ୍ରରେ ନାଏକଙ୍କ ସହଯୋଗୀ ସହିତ ଯୋଗାଯୋଗରେ ରହିଥିଲା । ଜାକିର ନାଏକ ଜଣେ ଇସଲାମିକ ଧର୍ମ ପ୍ରଚାରକ ଏବଂ ସଂପ୍ରତି ସେ ମାଲୟସିଆରେ ଥିବା ବିଶ୍ୱାସ କରାଯାଉଛି । ଇତିମଧ୍ୟରେ ତଦନ୍ତକାରୀ ସଂସ୍ଥାକୁ ଆଉ ଏକ ଭିଡିଓ ମିଳିଛି ଯେଉଁଥିରେ ଉତ୍ତର ପ୍ରଦେଶ ଧର୍ମ ପରିବର୍ତ୍ତନ ମାମଲାର ମୁଖ୍ୟ ଅଭିଯୁକ୍ତ ଉମର ଗୌତମ ତାଙ୍କର ସ୍କୁଲ, ଅଲ ହାସନ ଏଜୁକେସନ ଆଣ୍ଡ ୱେଲଫେୟାର ଫାଉଣ୍ଡେସନରେ ପ୍ରତି ମାସରେ ୧୫ ଜଣ ଲୋକଙ୍କର ଧର୍ମ ପରିବର୍ତ୍ତନ କରିଥିବା କଥା କହୁଛନ୍ତି । ଗୌତମ ଉକ୍ତ ସ୍କୁଲର ଭାଇସ ପ୍ରେସିଡେଣ୍ଟ ଅଛନ୍ତି ଯେଉଁଠାରେ ପିଲାଙ୍କୁ ଦଶମ ପର‌୍ୟ୍ୟନ୍ତ ସିବିଏସଇ ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଥିବା ସେ କହିଛନ୍ତି।

Comments are closed.