ସ୍ୱାଦିଷ୍ଟ ଚିକେନ ଛଣା

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ଅଣ୍ଡା – ୧ ଟି
ଅଦା , ରସୁଣ ବଟା – ୧ ଚାମଚ
କଣ୍ଣ୍‍ଫ୍ଲୋର – ୩ ଚାମଚ
ସୋୟା ସସ
ଚିଲି ସସ
ଧନିଆ ଗୁଣ୍ଡ
ଜିରା ଗୁଣ୍ଡ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଚିକେନ ମସଲା
ତେଲ
ଟମାଟୋ ସସ
କଟା ପିଆଜ (ଗୋଲ କରି )
ଲୁଣ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଧନିଆ ଗୁଣ୍ଡ , ଅଦା ରସୁଣ ବଟା , ସୋୟା ସସ, ଚିଲି ସସ , ଚିକେନ ମସଲା , ଲୁଣ ଓ ଅଣ୍ଡା ଗୋଟିଏ ଭାଙ୍ଗି ଭଲ ଭାବେ ଏସବୁକୁ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୫ ରୁ ୧୦ ମିନିଟ ରଖି ଦିଅନ୍ତୁ। ଏହା ପରେ ଏଥିରେ କଣ୍ଣ୍‍ଫ୍ଲୋର ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ସେଥିରେ ମିଶ୍ରଣ ହୋଇଥିବା ଚିକେନକୁ ଛାଣନ୍ତୁ। ଏବେ ଏକ ପାତ୍ରକୁ କାଢି ଚିଲି ସସ , ଟମାଟୋ ସସ ,କଞ୍ଚା ପିଆଜକୁ ଗୋଲ ଗୋଲ କାଟି କରି ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିକେନ ଛଣା।

Comments are closed.