ସ୍ୱାଦିଷ୍ଟ ସାଲାଡ

ଆବଶ୍ୟକ ସାମଗ୍ରୀ
ପନିର – ୨୫୦ ଗ୍ରାମ
କଟା ପିଆଜ – ୨ଟି
କଟା ଟମାଟୋ – ୨ଟି
କଟା ସିମଲା ଲଙ୍କା – ୧ଟି
କାକୁଡ଼ି – ୪ଟି
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ିକୁ ଲମ୍ବା ଭାବେ କାଟନ୍ତୁ। ସିମଲା ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏକ ଚାମଚ ଦ୍ୱାରା କାକୁଡ଼ିରେ ଥିବା ମଞ୍ଜିକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ କୋରା ହୋଇଥିବା ପନିର, ଟମାଟୋ, ପିଆଜ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ପୁର ପ୍ରସ୍ତୁତ କରି ଦିଅନ୍ତୁ। ଏବେ କାକୁଡ଼ି ମଧ୍ୟରେ ଏହି ପୁରକୁ ଭରି ଦିଅନ୍ତୁ ଓ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା  ସ୍ୱାଦିଷ୍ଟ ସାଲାଡ ।

Comments are closed.