ଶୀତଦିନିଆ ସ୍ୱାଦିଷ୍ଟ ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଲୁଣ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
କୋରା ଚିଜ –୧କପ
କଟା ପିଆଜ – ୧ଟି
କଟା କଞ୍ଚା ଲଙ୍କା – ୨ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା, ଲୁଣ, ତେଲ, ପାଣି ପକାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ। ଚକଟା ଅଟା ଉପରେ ସାମାନ୍ୟ ତେଲ ଲଗାଇ ଏକ କପଡ଼ା ଘୋଡ଼ାଇ ୨୦ ମିନିଟ ରଖି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ପିଆଜ, ଚିଜ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ, ପକାଇ ଗୋଳାଇ ପୁର ପ୍ରସ୍ତୁତ କରି ରଖନ୍ତୁ। ଏବେ ଚକଟି ଥିବା ଅଟାକୁ ପୁଣି ଧୀରେ ଚକଟି ଗୁଳା କରି ଦିଅନ୍ତୁ। ଏବେ ଗୁଳାକୁ ଛୋଟ ଆକୃତିର କରି ତା ମଧ୍ୟରେ ପ୍ରସ୍ତୁତ ପୁରକୁ ରଖି ଚାରି ପାଖରୁ ମୋଡ଼ି ପରଟା ଆକାରର ବେଲି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ପରଟାକୁ ଘିଅ ପକାଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପରଟା ।

Comments are closed.