ଆସନ୍ତାକାଲି ୧୪ ଜିଲାରେ ବିଶ୍ବ ହିନ୍ଦୁ ପରିଷଦର ବନ୍ଦ ଡାକରା, ବିଜେପି ଦେଲା ସମର୍ଥନ

ଭୁବନେଶ୍ବର: ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲାରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ାରେ ବିଶ୍ବ ହିନ୍ଦୁ ପରିଷଦ ବନ୍ଦ ଡାକରା ଦେଇଛି। ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବିଶ୍ବ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ଶାଖା ଏହି ବନ୍ଦ ଡାକରା ଦେଇଛି। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲାରେ ବନ୍ଦ ପାଳନ ହେବ। ବିଶ୍ବ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଜେପି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି।

Comments are closed.